ରିପୋର୍ଟ କାର୍ଡ / ଯାଜପୁର
ଗତକାଲି ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀଙ୍କ ଦ୍ୱାରା ପରିଚାଳିତ ‘ବଲ୍ଲେ ବଲ୍ଲେ’ ଢ଼ାବା ଉପରେ ପ୍ରଶାସନ ଲଗାଇଥିଲା ନୋଟିସ। ଆଜି ଏହି ଢ଼ାବା ଖାଲି କରାଯାଉଛି । ଢାବା ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ଢ଼ାବାରୁ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ଯାଜପୁରର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ବଲ୍ଲେ ବଲ୍ଲେ ଢାବାକୁ ବିଧାୟକ ଓ ସାଂସଦ ପାଣ୍ଠିରେ ତିଆରି କରାଯାଇଥିଲା। ବିଧାୟକ ହିମାଂଶୁଶେଖର ସାହୁଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଏହାପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି। ଢ଼ାବା ପ୍ରଚ୍ଛଦ ପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳି ତଥ୍ୟ ପାଇଥିଲେ।ଗତ ୨୪ ତାରିଖରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ। ଏଥିରେ ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଧର୍ମଶାଳା ବ୍ଲକ ଅଧୀନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଯେମିତି ଧର୍ମଶାଳା ଭବନ, ଜାରକା ଷ୍ଟାଡିୟମ ଓ ଷ୍ଟାଡିୟମ ପରିସରରେ ବେଆଇନ ଭାବେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡ଼ିଓଙ୍କୁ ବିଧାୟକ ପଚାରିଥିଲେ। ହେଲେ ବିଡିଓ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ। ଏହାକୁ ଶୀଘ୍ର ବନ୍ଦ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..