ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଲୋଚିସ୍ତାନ ପ୍ରଦେଶରେ ଥିବା ‘ଜୈଶ୍ ଉଲ୍-ଅଦଲ୍’ ଆତଙ୍କବାଦୀ ସଙ୍ଗଠନର ଦୁଇଟି ମୁଖ୍ୟ ଆଡ଼ା ଉପରେ ଇରାନ୍ ଯେଉଁ ଆକ୍ରମଣ କରିଥିବା କଥା କହୁଛି ସେଥିରେ ୨ଜଣ ପିଲାଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ବାଳିକା ଆହତ ହୋଇଛନ୍ତି ବୋଲି ଆଜି ପ୍ରତ୍ୟୁଷରେ ପାକିସ୍ତାନ କହିଛି। ପାକିସ୍ତାନର ରାଷ୍ଟ୍ରାୟାତ ଗଣମାଧ୍ୟମ ରିପୋର୍ଟ କରିଛି, ଇରାନ୍ର ‘ଇସ୍ଲାମିକ୍ ରିଭୋଲ୍ୟୁସ୍ନାରି ଗାର୍ଡ କର୍ପସ୍’ (ଆଇଆର୍ଜିସି) କହିଛି ଯେ, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରି ବାଲୋଚିସ୍ତାନ ପ୍ରଦେଶରେ ଥିବା ‘ଜୈଶ୍ ଉଲ୍-ଉଦଲ୍’ର ଦୁଇଟି ଆଡ଼ାକୁ ଧ୍ବଂସ କରିଦିଆଯାଇଛି। ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ନ ଦେଇ ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ମେହର୍’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, କୁହେ ସବଜ୍ ଅଞ୍ଚଳରେ ‘ଜୈଶ୍ ଉଲ୍-ଉଦଲ୍’ର ଯେଉଁ ଆଡ଼ା ଉପରେ ଆକ୍ରମଣ କରାଯାଇଛି ତାହା ସେ ଆତଙ୍କବାଦୀ ସଙ୍ଗଠନର ସବୁଠୁ ବଡ଼ ଆଡ଼ାଗୁଡ଼ିକ ମଧ୍ୟରୁ ଗୋଟିଏ। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ ସେଗୁଡ଼ିକୁ ଧ୍ବଂସ କରିଦିଆଯାଇଛି। ଆଜି ପ୍ରତ୍ୟୁଷରେ ଜାରି କରିଥିବା ବିବୃତିରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି, ଅକାରଣ ଆକାଶସୀମା ଉଲ୍ଲଂଘନ କରିଛି କହି ଇସ୍ଲାମାବାଦ ଏହାକୁ ଦୃଢ଼ ନିନ୍ଦା କରିଛି। ଏହି ଆକ୍ରମଣ ଯୋଗୁଁ ଦୁଇଜଣ ନିର୍ଦ୍ଦୋଷ ପିଲାଙ୍କର ମୃତ୍ୟୁ ଘଟିଛି ଓ ତିନିଜଣ ଝିଅ ଆହତ ହୋଇଛନ୍ତି। ପରିଣାମ ଆହୁରି ସାଙ୍ଘାତିକ ହେବାର ସମ୍ଭାବନା ଥିବା ଏହି ଘଟଣା ସମ୍ପୂର୍ଣ୍ଣ ଅଗ୍ରହଣୀୟ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..