Report Card Odisha

| Daily Odia News

ବାଣ ଦୋକାନରେ ଅଗ୍ନିକାଣ୍ଡ,୫ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ଶଙ୍କରପୁରମରେ| ଗତକାଲି ବିଳମ୍ବିତ ରାତିରେ ବାଣ ହୋଲସେଲ୍ ଦୋକାନରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ଭିତରେ ଦୋକାନ ମାଲିକ ଓ କର୍ମଚାରୀ ରହିଥିବା ସୂଚନା ମିଳିଛି । ନିଆଁରେ ପୋଡ଼ି ହୋଇ ଆଉ କିଛି ଆହତ ହୋଇଛନ୍ତି । ତେବେ ଦୋକାନରେ କେମିତି ନିଆଁ ଲାଗିଲା ଜଣା ପଡ଼ିନି । ଅଗ୍ନିକାଣ୍ଡ ପରେ ସେଠାରେ ବିସ୍ଫୋରଣ ହୋଇଥିଲା । ଆଖପାଖ ଦୋକାନକୁ ବି ବ୍ୟାପିଥିଲା ନିଆଁ । ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । ଏହି ଘଟଣାକୁ ନେଇ ଗଭୀତ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

Breaking News