ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଓଡିଶୀ ସଙ୍ଗୀତ ଦିବସ ଅବସର ରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ଶୁଭେଚ୍ଛୁ ଶ୍ରୀ ସତ୍ୟଜିତ ସାହୁ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସେମାନଙ୍କ ସହିତ “ଓଡ଼ିଶା ଓଡ଼ିଶା”ସଙ୍ଗୀତ ଶୁଣିବାକୁ ଓ ବୋଲିବାକୁ ବହୁତ ଆକର୍ଷଣୀୟ ହୋଇଥିଲା | ସମସ୍ତେ ମିଳିମିଶି କିଛି ସଙ୍ଗୀତ ଗାନ କରିଥିଲେ | ଆଶ୍ରମ ର ପିଲାମାନେ ଜନ୍ମଦିନ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ| ଟ୍ରଷ୍ଟ ପକ୍ଷରୁ ସର୍ବଦା ଏହି ପରି କାର୍ଯ୍ୟକ୍ରମ ଅବହେଳିତ ଛୋଟ ପିଲା ଓ ବରିଷ୍ଠ ନାଗରିକଙ୍କୁ ଖୁସି କରିବା ନିମନ୍ତେ ବର୍ଷର ବିଭିନ୍ନ ସମୟରେ କରାଯାଇଥାଏ | ଏହି କାର୍ଯ୍ୟକ୍ରମ ରେ ସତ୍ୟଜିତ ସାହୁ, ରଶ୍ମିତା ସାହୁ, ଟ୍ରଷ୍ଟ ର ସମ୍ପାଦକ ନାରାୟଣ ମହାପାତ୍ର, ପ୍ରମୋଦିନି ପଣ୍ଡା, ବିଶ୍ଵ ମହନ୍ତ ସୁରେଶ ମିଶ୍ର ଓ ବହୁ ସଦସ୍ୟ ଯୋଗ ଦେଇଥିଲେ | ଶେଷରେ ସମସ୍ତେ ମିଳିମିଶି ଭୋଜନ ସେବନ କରିଥିଲେ, | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପିଲାମାନଙ୍କ ଙ୍କ ର ଉତ୍ତରତୋର ଉନ୍ନତି କାମନା କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା |
More Stories
ସାଙ୍ଗକୁ ହାଣିଲା ସାଙ୍ଗ…..
ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ……
ଶାଲିମାର ଏକ୍ସପ୍ରେସ୍ ଲାଇନଚ୍ୟୁତ !…..