Report Card Odisha

| Daily Odia News

ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ, ୨୦ ହିନ୍ଦୁଙ୍କ ଘର ଜାଳିଦେଲେ ଆକ୍ରମଣକାରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଙ୍ଗଲାଦେଶରେ ଥମୁବାର ନାଁ ନେଉନି ସାମ୍ପ୍ରଦାୟିକ ହିଂସା | ହିନ୍ଦୁମାନଙ୍କ ଉପରେ ଜାରି ରହିଛି ଆକ୍ରମଣ | ରବିବାର ରାତିରେ ବାଂଲାଦେଶର ରଙ୍ଗପୁର ସହରରେ ଉତ୍ତ୍ୟକ୍ତ ଜନତା ୨୦ରୁ ଅଧିକ ହିନ୍ଦୁମାନଙ୍କ ଘର ପୋଡ଼ି ପକାଇଥିବା ଜଣାପଡିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ଫେସ୍‌ବୁକ୍‌’ରେ ଜଣେ ହିନ୍ଦୁ ଯୁବକ ମୁସଲମାନଙ୍କ ଧାର୍ମିକ ଭାବାବେଗକୁ ବାଧିବା ପରି ‘ଷ୍ଟାଟସ୍‌ ପୋଷ୍ଟ୍‍’ କରିଛନ୍ତି ବୋଲି ଗୁଜବ ଉଠିବା ପରେ ଘରପୋଡ଼ି ଘଟଣା ଘଟିଥିଲା। କମରୁଜମାନ୍‌ର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିପ୍ଳବ କୁମାର ସର୍କାର ଗଣମାଧ୍ୟମକୁ କହିଛନ୍ତି, ‘ଫେସ୍‌ବୁକ୍‌’ରେ ଜଣେ ହିନ୍ଦୁ ଯୁବକ ଆପତ୍ତିଜନକ ଷ୍ଟାଟସ୍‌ ପୋଷ୍ଟ୍‍ କରିଥିବା କଥା ଅଭିଯୋଗ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ‘ପୋଷ୍ଟ୍‍’ଟି ଭାଇରାଲ୍‌ ହେବା ପରେ ପୋଲିସ ସେ ଯୁବକଙ୍କ ଘରକୁ ସୁରକ୍ଷା ଦେଇଥିଲେ। କିନ୍ତୁ, ଆକ୍ରମଣକାରୀମାନେ ତାଙ୍କ ପଡ଼ୋଶୀମାନଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ୨୦ଟି ପୋଡ଼ି ପକାଇଲେ। ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ପୁଲିସ ରବର ଗୁଳି ଚଳାଇଥିଲା। ବାଂଲାଦେଶର ପୀରଗଞ୍ଜ ଉପଜିଲ୍ଲାର କରିମଗଞ୍ଜରେ ଘଟିଥିବା ଏହି ଘଟଣା ରାତି ପ୍ରାୟ ୧ଟା ବେଳେ ନିୟନ୍ତ୍ରଣକୁ ଆସିଥିଲା। ଏଥିରେ ସମ୍ପୃକ୍ତ ଥିବା ୨୦ଜଣଙ୍କୁ ପୋଲିସ ଗିରଫ କରିଛି। ଥଇଥାନ ବ୍ୟବସ୍ଥା କରାଯିବା ସହ ପୀଡ଼ିତ ପରିବାରବର୍ଗଙ୍କ ପାଇଁ ଅନ୍ୟାନ୍ୟ ଉପକ୍ରମ କରାଯାଇଥିବା କଥା ରଙ୍ଗପୁର ଡେପୁଟି କମିସନର୍‌ ଆସିବ ଅହସାନ୍‌ କହିଛନ୍ତି।

Breaking News