ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପଡୋଶୀ ଦେଶ ବାଂଲାଦେଶରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବାଂଲାଦେଶର ରାଜଧାନୀ ଢାକା ଏବଂ ଅନ୍ୟାନ୍ୟ ଆଖପାଖ ଜିଲାଗୁଡିକରେ ଏହାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମାପ କରାଯାଇଛି । ସ୍ଥାନୀୟ ସକାଳ ୬ଟା ୧୪ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ନରସିଙ୍ଗଡିରେ ୩୦କି.ମି ଗଭୀରତାରେ ହୋଇଥିଲା । ବାଂଲାଦେଶରେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ । ଢାକା ଏବଂ ଆଖପାଖ ଜିଲା ଗୁଡିକର ବାସିନ୍ଦା ମାନେ ଏକ ମୃଦୁ ଭୂକମ୍ପ ଅନୁଭବ କରିଥିବା କହିଛନ୍ତି






More Stories
ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା….
୧୨ ଆସନରୁ ୭ ରେ ବିଜେପି ବିଜୟୀ…..
ସଂସଦରେ ଡ୍ରାମା କରନାହିଁ…..