ରିପୋର୍ଟ କାର୍ଡ / ସୋନପୁର
ସୁବର୍ଣ୍ଣପୁର ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିତ୍ତରଞ୍ଜନ ନାୟକ ବୋଲି ଜଣାପଡିଛି । ଆଜି ସକାଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୁଲିସ ଚିତ୍ତ ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିତ୍ତରଞ୍ଜନଙ୍କ ମୃତଦେହ ନିକଟରେ ମଦ ବୋତଲ, ଗ୍ଲାସ ଓ ପାୱାରବେଙ୍କ ପଡ଼ିଛି। ଏହାସହ ଏକ ମଟର ସାଇକେଲ ମଧ୍ୟ ପଡ଼ିଛି। ଚିତ୍ତ ରଞ୍ଜନଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ । ତାଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..