Report Card Odisha

| Daily Odia News

ଋଣ ଆଦାୟ ବେଳେ କଠୋର ଆଚରଣ କରିବେନି ବ୍ୟାଙ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ବେଶ ସମ୍ବେଦନଶୀଳ ବ୍ୟବହାର କରନ୍ତୁ। ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି, “ କିଛି ବ୍ୟାଙ୍କ ଋଣ ଆଦାୟ ବେଳେ କେମିତି କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେ ବିଷୟରେ ମୁଁ ଅଭିଯୋଗ ପାଇଛି। ଦେଶର ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ଋଣ ଆଦାୟ ବେଳେ କୌଣସି ପ୍ରକାରର କଠୋର କିମ୍ବା ବଡ଼ ପଦକ୍ଷେପ ନ ନେବାକୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକ ଲୋକଙ୍କ ପାଖକୁ ଯାଇ ପୂରା ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ମାନବୀୟ ଢଙ୍ଗରେ ସମାଧାନ କରନ୍ତୁ।” ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତରର ଜବାବ ରଖିବା ବେଳେ ସୀତାରମଣ ଏପରି କହିଛନ୍ତି।

Breaking News