ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାର୍ ମାଲିକଙ୍କୁ ଅବକାରୀ ବିଭାଗର ଚେତାବନୀ ଦେଇଛି ଅବକାରୀ ବିଭାଗ। ନିୟମ ଉଲଙ୍ଘନ କଲେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ରଦ୍ଦ ହେବ ବାର୍ ଲାଇସେନ୍ସ। ଭୁବନେଶ୍ୱର ବାର୍ ଗୁଡ଼ିକ ନିୟମ ଉଲଂଘନ କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ବାହାର ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ଡାକି ଭୁବନେଶ୍ୱରର ସମସ୍ତ ବାରରେ ଚଢାଉ କରାଯିବା ସହ ତନଖି କରାଯାଇଥିଲା। ଏହି ଚଢ଼ାଉ ବେଳେ ଦୁଇଟି ବାର୍ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ସେହି ବାର୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଫାଇନ୍ ଇମ୍ପୋଜ କରାଯିବ। ଚେକିଂ ସମୟରେ ଏକ ବାରରେ ଅବକାରୀ ଅଧୀକ୍ଷକଙ୍କୁ ଜଣେ ବାର୍ ମାଲିକ ଅସଦାଚରଣ କରିଥିଲେ। ତାଙ୍କୁ ଗିରଫ କରାଯିବା ସହ ସୋ କଜ୍ ନୋଟିସ୍ ମଗାଯାଇଛି। ସବୁ ବାରକୁ ଦିଆଯାଇଛି ଚେତାବନୀ। ସମସ୍ତେ ନିୟମ ମାନିବାକୁ ବାଧ୍ୟ। ଯିଏ ମହିଳା ମାନଙ୍କୁ ଅସଦାଚରଣ କରିବେ ତାଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..