ରିପୋର୍ଟ କାର୍ଡ / କଟକ
କଟକ ବାରବାଟୀ ଟି-୨୦ ମ୍ୟାଚ୍ ବାତିଲ୍ ମାମଲା ପ୍ରସଙ୍ଗକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ହାଇକୋର୍ଟ ତାଙ୍କ ରାୟରେ କ୍ରିକେଟ୍ ମ୍ୟାଚ୍ ବାତିଲ ହେବ ନାହିଁ ବୋଲି ଶୁଣାଇଛନ୍ତି । ଏହି ମାଲାର ରାୟ ଶୁଣାଣି ସମୟରେ ଏଜି ଭର୍ଚ୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ବାରବାଟୀରେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମ୍ୟାଚ୍ ଆୟୋଜନ ନେଇ ସମସ୍ତ ତଥ୍ୟ ଦେଇଛନ୍ତି ଏଜି । ତାହା ସହିତ ବାରବାଟୀର ସମସ୍ତ ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ଏଜି କହିଛନ୍ତି । ସମସ୍ତ ତଥ୍ୟକୁ ନଜରରେ ରଖି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି । ସୂଚନା ଥାଉକି ଗତ ୧ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ୍ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ଢେଙ୍କାନାଳ ଜିଲ୍ଲା ଭୁବନର ଜନୈକ ବ୍ୟକ୍ତି ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଟି-୨୦ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା । ବିସିସିଆଇ ଓ ରାଜ୍ୟ ସରକାରଙ୍କ ସହ ୧୫ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..