ରିପୋର୍ଟ କାର୍ଡ / କଟକ
ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବାରବାଟୀ ଷ୍ଟାଡ଼ିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି ୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଆଜି ଅପରାହ୍ଣରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀ ଷ୍ଟାଡ଼ିୟମ ଯାଇ ଅଭ୍ୟାସ ନିମନ୍ତେ ଆସିବେ । ଅପରାହ୍ଣ ୧ଟାରେ ବାଭୁମା ବାହିନୀ ପ୍ରଥମେ ଅଭ୍ୟାସ କରିବାକୁ ଆସିବ। ଦଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ସେହିପରି ପନ୍ତ ବାହିନୀ ଅପରାହ୍ଣ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଦୁଇ ଦଳର ଅଭ୍ୟାସ ଲାଗି ନେଟ୍ସ ପ୍ରସ୍ତୁତି ହୋଇଛି। ତେବେ ଉଭୟ ଦଳର ଅଭ୍ୟାସ ଦେଖିବାକୁ ଷ୍ଟାଡ଼ିୟମର ବିଭିନ୍ନ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି। ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାର ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..