ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ଥିବା ଆଇଏଏସ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ଭାବେ ବଦଳି କରାଯାଇଛି । ପର୍ଯ୍ୟଟନ ଓ କ୍ରିଡା ସଚିବ ଥବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ବଦଳି କରାଯାଇଛି ।
ସେହିଭଳି ପଞ୍ଚାୟତରାଜ ଓ ପାନୀୟଜଳ ସଚିବ ଥିବା ଆଇଏଏସ ଡି.କେ. ସିଂଙ୍କୁ ଇସ୍ପାତ ଓ ଖଣି ସଚିବ ଭାବେ ବଦଳି କରାଯାଇଛି । ଇସ୍ପାତ ଓ ଖଣି ସଚିବ ଥିବା ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରସାସନ ବିଭାଗର ସଚିବ ଭାବେ ବଦଳି କରାଯିବା ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇଏଏସ ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….