Report Card Odisha

| Daily Odia News

ମଠ ଉପରେ ଆକ୍ରମଣ,୨୮ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମ୍ୟାନମାର୍‌ ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରିଛି। ଏଥିରେ ୨୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ମିଆଁମାରର ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କରେନ୍ନି ନ୍ୟାଶନାଲିଟିଜ୍‌ ଡିଫେନ୍ସ ଫୋର୍ସ (କେଏନଡିଏଫ୍‌) ଏହି ଦାବି କରିଛି। ମ୍ୟାନମାର୍‌ରେ ଗତ କିଛି ଦିନ ହେବ ସେନା ଏବଂ ବିଦ୍ରୋହୀ ସଂଗଠନ ମଧ୍ୟରେ ହିଂସା ଜାରି ରହିଛି। ବିଗତ ଦିନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଲଢେଇ ବୃଦ୍ଧି ପାଇଛି। ମ୍ୟାନମାର୍‌ରେ ୨୦୨୧ରେ ସେନା ସରକାରକୁ ପରାସ୍ତ କରି କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶରେ ହିଂସା ଜାରି ରହିଛି। ଏହି ହିଂସା ହେତୁ ଏପର୍ଯ୍ୟନ୍ତ ମ୍ୟାନମାର୍‌ରେ ୪୦ ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି। ୮୦ ଲକ୍ଷ ପିଲା ସ୍କୁଲ ଯିବାକୁ ଅସମର୍ଥ ଏବଂ ୧୫ ନିୟୁତ ଲୋକ ପୁଷ୍ଟିହୀନ ଅଟନ୍ତି। ସରକାରୀ ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ୨୯୦୦ ଜଣଙ୍କର ମୃତ୍ୟୁ ଘଟିଛି।

Breaking News