Report Card Odisha

| Daily Odia News

କୋର୍ଟରେ ବର୍ଷା-ଅନୁଭବ…..

ରିପୋର୍ଟ କାର୍ଡ / କଟକ

ପାରିବାରିକ ବିବାଦ ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି | ପରିବାର ଅଦାଲତରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ହେବା ନେଇ ଜଣାପଡିଛି | ଏହା ଅସମାପ୍ତ ରହିବାରୁ ପରବର୍ତ୍ତୀ ତାରିଖରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରହିବ।ପୂର୍ବରୁ ଅନୁଭବ ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ସାରିଛି। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଉଭୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଉଭୟଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅନୁଭବଙ୍କ ପକ୍ଷରୁ ବିବାହ ବିଚ୍ଛେଦ ମାମଲା ଓ ବୈବାହିକ ଜୀବନକୁ ପୁନଃ ଅବସ୍ଥାପିତ କରିବାକୁ ବର୍ଷାଙ୍କ ଆବେଦନ ଉପରେ କୋର୍ଟ ରାୟ ଶୁଣେଇବେ।

Breaking News