Report Card Odisha

| Daily Odia News

ବର୍ଷା ଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା….

ରିପୋର୍ଟ କାର୍ଡ / କଟକ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିବା ମାମଲାରେ ଦିଲ୍ଲୀ ପୋଲିସ ନୋଟିସ୍‌ ଜାରି କରିଥିଲା। ଏହାକୁ ନେଇ ବର୍ଷା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଥିଲେ। ଆଜି ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଅଗଷ୍ଟ ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ହେବ | ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ଏସ୍‌.ସି ଓ ଏସ୍‌.ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲା। ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସ ଏକ ଟିମ୍‌ ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୁଲିସ ଜରିଆରେ ବର୍ଷାଙ୍କୁ ଏକ ନୋଟିସ୍‌ ଜାରି କରିଥିଲା। ଏବେ କୋର୍ଟରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଛି ।

Breaking News