ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଜାରକୁ ଆସିଲା କରୋନା ଔଷଧ ‘ଟୁ-ଡିଜି’ | କରୋନା ଯୁଦ୍ଧରେ ଏକ ଅସ୍ତ୍ର ହେବ ବୋଲି ଆଶା କରାଯାଉଛି | ଔଷଧ ‘୨-ଡିଜି’ର ବଜାରରେ ଉପଲବ୍ଧ ହେବା ଆମ୍ଭ ହୋଇଛି। ଏହା ପ୍ରଥମେ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଯୋଗାଣ ହେବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଏହା ନିର୍ମାତା ଡକ୍ଟର ରେଡିସ ଲାବୋରେଟରିଜ୍ ପକ୍ଷରୁ ଏହାର ବ୍ୟାବସାଯିକ ଶୁଭାରମ୍ଭ ଅବସରରେ କୁହାଯାଇଛି। ଏହାର ଏମ୍ଆରପି( ମାର୍କେଟ ରିଟେଲ ପ୍ରାଇସ) ସର୍ବାଧିକ ସ୍ୟାଚେଟ ପ୍ରତି ୯୯୦ ଟଙ୍କା ରହିଛି । ଏହା ‘୨-ଡିଜି’ ନାମରେ ବିକ୍ରି ହେବ। ୨-ଡିଜି’ (୨ ଡିଅକ୍ସି-ଡି-ଗ୍ଲୁକୋଜ) ଡିଆରଡିଓର ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁକ୍ଲିଅର ମେଡିସିନ ଆଣ୍ଡ ଆଲଆଏଡ୍ସା ଇନ୍ସେସ(ଏନଆଇଏମ୍ଏସ୍) ବିକଶିତ ହୋଇଥିବା ବେଳେ ଡକ୍ଟର୍ସ ରେଡି ଏହାର ପ୍ରସ୍ତୁତି କରୁଛି । ଏହା ସ୍ୟାଚେଟରେ ଉପଲବ୍ଧ ହେବ। ମଧ୍ୟମ କିମ୍ବା ଗୁରୁତର କରୋନା ସଂକ୍ରମିତମାନଙ୍କୁ ଏହା ଦେଇହେବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଉଛି। ପ୍ରାକ୍ ପ୍ରୟୋଗ ପରୀକ୍ଷଣ ରିପୋର୍ଟ ଅନୁସାରେ ଏହା ମଧ୍ୟମ ଓ ଗୁରୁତର ସଂକ୍ରମିତଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ ଦେଖାଉଛି। ଏହାକୁ ଗତ ମେ ୧ ତାରିଖରେ ଜରୁରୀକାଳୀନ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା।
More Stories
‘Gen-Z ବଞ୍ଚାଇବ ସମ୍ବିଧାନ: ରାହୁଲ…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..