ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବିସି ଆଙ୍କରଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ । ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କଠାରୁ ଅଶ୍ଳୀଳ ଫଟୋ ସଂଗ୍ରହ ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରିଛି ସଂସ୍ଥା। ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା ବେଳେ ଏନେଇ ଆଙ୍କରଜଣକ ସମ୍ପୃକ୍ତା ନାବାଳିକାଙ୍କୁ ୩୭ ଲକ୍ଷ ଟଙ୍କା ଦେଇଥିଲେ । ଏହି ଘଟଣା ଲଣ୍ଡନରେ ଘଟିଛି | ଏହା ଏକ ଚାଞ୍ଚଲ୍ୟକର ଘଟଣା ହୋଇଥିବାରୁ ବ୍ରିଟେନର ସଂସ୍କୃତି ମନ୍ତ୍ରୀ ଏନେଇ ବିବିସିର ଡାଇରେକ୍ଟର ଜେନେରାଲ ଟିମ୍ ଡାଭିଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ବିବିସିର ଏକ ଆଭ୍ୟନ୍ତରୀଣ କମିଟି ବସିଥିବା ଏହାର ମୁଖପାତ୍ର ସୂଚନା ଦେଇଛନ୍ତି। ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ ପୀଡ଼ିତାଙ୍କ ମା’ କହିଛନ୍ତି, ବିବିସିର ଆଙ୍କରଜଣକ ତାଙ୍କ ଝିଅକୁ ଗତ ୩ ବର୍ଷରେ ଅଶ୍ଳୀଳ ଫଟୋ ପଠାଇବାକୁ ପ୍ରାୟ ୩୭ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବିସି ତୁରନ୍ତ ସମ୍ପୃକ୍ତ ଆଙ୍କରଙ୍କୁ ସସପେଣ୍ଡ କରିଥିବା ସୂଚନା ଦେଇଛି। ଏହା ଏକ ଚାଞ୍ଚଲ୍ୟକର ଘଟଣା ହୋଇଥିବାରୁ ସମସ୍ତ ଅଭିଯୋଗର ପ୍ରମାଣ ସଂଗ୍ରହ ପାଇଁ ବିବିସି ଚେଷ୍ଟା ଚଳାଇଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲଇ କମ୍ପାନୀ ପକ୍ଷରୁ କୁହାଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..