ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁପର ମାର୍ଟରେ ଲାଗିଥିବା ନିଆଁ ଲିଭିବାର ନାଁ ନେଉନାହିଁ |ସୋମବାର ରାତିରୁ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ସକାଳ ସୁଧା ମଧ୍ୟ ନିଆଁ ଲାଗିଥିବା ନେଇ ଦେଖାଯାଇଛି । ଏବେ ବି ଜଳୁଛି ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ ।ଖବର ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନାକେଦମ୍ ହୋଇଯାଇଥିବା ଦେଖାଯାଇଛି । ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଥିଲେ ମଧ୍ୟ ସମ୍ଭବପର ହୋଇପାରୁ ନାହିଁ । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ନିଆଁ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।






More Stories
ଚାଲିପାରିଲାନି ପ୍ରଶ୍ନକାଳ,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ…..
ଘଡ଼ଘଡ଼ି ସହ ବର୍ଷା,୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ଜାଳିଦେଲେ ଆମ-ବସ୍……