ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ପାଖାପାଖି ୨ ଟି ବସ୍ତାରେ ୧୫ ନରକଙ୍କାଳ ଦେଖିବାକୁ ମିଳିଛି | ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଜରି ଗୋଟାଳି ଏହି ନରକଙ୍କାଳ ଭର୍ତି ଅଖା କୁ ଦେଖିଥିଲେ | ସୂଚନା ଅନୁସାରେ- ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୧୫ ଟି ନରକଙ୍କାଳକୁ ଠାବ କରିଛି ପୋଲିସ । ହଠାତ୍ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।






More Stories
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..