Report Card Odisha

| Daily Odia News

ଭୁବନେଶ୍ବରରେ ହେବ ସ୍ମାର୍ଟ ଫୁଟ୍‌ପାଥ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ବରରେ ସିଓର ପ୍ରକଳ୍ପ ଅଧୀନରେ ପ୍ରାଥମିକ ପର୍ଯ୍ୟାୟରେ ୧୦୦ କିଲୋମିଟର ଫୁଟ୍‌ପାଥ୍‌ ତିଆରି ହେବ। ଏହା ସଫଳ ହେଲେ ପ୍ରତ୍ୟେକ ରାସ୍ତାରେ ଏଭଳି ସ୍ମାର୍ଟ ସୁରକ୍ଷିତ ଫୁଟ୍‌ପାଥ୍‌ ହେବ। ଏ ନେଇ ଆଜି ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଗୋଟିଏ ମାସ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଘରୋଇ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଡିପିଆର ସ୍ବୀକୃତି ଲାଭ କଲେ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରଥମେ ବିଏମ୍‌ସି ସିଓର ‌ପ୍ରକଳ୍ପ ଅଧୀନରେ ୧୪ଟି ରାସ୍ତାକୁ ନିଆଯାଇଥିଲା। ଏହା ପ୍ରାୟ ୨୬ କିଲୋମିଟର ଲମ୍ବା ଥିଲା। ଏହାକୁ ଲାଗି ୧୩ କିଲୋମିଟର ଇଣ୍ଟରନାଲ୍‌ ରୋଡ୍‌କୁ ସ୍ମାର୍ଟ ରୋଡ୍‌ ଓ ଏହା କଡ଼ରେ ସ୍ମାର୍ଟ ଫୁଟ୍‌ପାଥ୍‌ କରିବାକୁ ଯୋଜନା ହୋଇଥିଲ‌ା। ଡ୍ରେନ୍‌ରେ ସ୍ଥାୟୀ ଘୋଡ଼ଣୀ ପାଇଁ ବ୍ୟବସ୍ଥା ହୋଇଥିଲା। ଗ୍ରିନ୍‌ କରିଡର ମଧ୍ୟ ରହିବାକୁ ଯୋଜନା ଥିଲା। ଏହା ପରେ ଅନ୍ୟରାସ୍ତା ସବୁକୁ କରା ଯାଇଥାନ୍ତା। କିନ୍ତୁ ଏକ ସମୟରେ ଶହେ କିଲୋମିଟର ରାସ୍ତାକୁ ଏଭଳି ସ୍ମାର୍ଟ ରୋଡ୍‌ ଓ ଫୁଟ୍‌ପାଥ୍‌ କରିବାକୁ ଯୋଜନା ହୋଇଛି। ଏଥିରେ କେତେକ ପୁରୁଣା ରାସ୍ତା ରହିଛି। ଏହି ରାସ୍ତା ସବୁକୁ ସର୍ଭେ କରି ଡିପିଆର ପ୍ରସ୍ତୁତ କରିବାକୁ ଏକ ଘରୋଇ ସଂସ୍ଥା ‘ଗ୍ରୋ ଏଭର’ ସଂସ୍ଥାକୁ ଚୟନ କରାଯାଇଛି। ମାସେ ମଧ୍ୟରେ ବା ମେ ସୁଦ୍ଧା ଏହି ସଂସ୍ଥା ଡିପିଆର ପ୍ରସ୍ତୁତ କରିବ। ବୈଠକରେ ବିଏମ୍‌ସି କମିସନର, ଜିଏମ୍‌ ଓଏଫ୍‌ଡିସି, ସିଟି ଇଞ୍ଜିନିୟର, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Breaking News