ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସହରରେ ପ୍ରତେକ ଦିନ ଚୋରି ହେଉଛି | ଚୋରୀ ରୁକିବାକୁ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ ଦୃଷ୍ଟି ରଖି କମିଶନରେଟ୍ ପୋଲିସ ଏକ ଅଭିନବ ଉପାୟ ଅବଲମ୍ବନ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଟେକ୍ନୋଲୋଜି ସହୟତାରେ ଚୋର ଧରିବାକୁ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଚୋରର ଲୋକେସନକୁ ଟ୍ରାକ କରିବ ଗୁଗଲ ମ୍ୟାପ୍। ଯାହା କମିଶନରେଟ୍ ପୋଲିସକୁ ଲୁଟେରା ଧରିବାରେ ସହାୟକ ହେବ । ଏଥିଲାଗି ପୋଲିସ ବିଭିନ୍ନ ଟେଲିକମ କମ୍ପାନୀର ସହାୟତା ନେବ । କେବଳ ଲୁଟେରା ନୁହଁନ୍ତି , ଜେଲ ଫେରନ୍ତାଙ୍କ ଉପରେ ବି ପୋଲିସ ପୁରା ନଜର ରଖିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।






More Stories
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ପ୍ରଭାତୀଙ୍କ ବିରୁଦ୍ଧରେ ଏକାଠି ହେଲେ ସମୀରଙ୍କ ଗୋଷ୍ଠୀ……
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..