ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ଜାଗମରା ନୂଆ ରୋଡ କିଛି ସମୟ ପାଇଁ ପାଲଟିଲା ରଣକ୍ଷେତ୍ର। ପୋଲିସ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ। ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଖଣ୍ଡାଭୁଜାଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପୋଲିସ ୫ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..