ରିପୋର୍ଟ କାର୍ଡ / ଭୁବନେଶ୍ବର
ମଦ ପିଇ ଗାଡି ଚଳାଇ ଧରାପଡିଲେ ଆଉ ନିସ୍ତାର ନାହିଁ। ରାଜଧାନୀ ଭୁବନେଶ୍ୱରରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି। ବିଭିନ୍ନ ଛକ ସ୍ଥାନ ମାନଙ୍କରେ କମିଶନରେଟ୍ ପୋଲିସ ପକ୍ଷରୁ କଡାକଡି ଭାବେ ଚେକିଂ କରାଯାଉଛି। ଗାଡି ଚାଳକ ମାନେ କେତେ ପରିମାଣର ମଦ ପିଇ ଗାଡି ଚଳାଉଛନ୍ତି , ତାହା ଯାଞ୍ଚ କରାଯାଉଛି। ଭୁବନେଶ୍ବରର ଝାରପଡା , କଳ୍ପନା ଛକ , ଚନ୍ଦ୍ରଶେଖରପୁର , ପଟିଆ ଛକ , ସୁନ୍ଦରପଦା ଏବଂ କ୍ୟାପିଟାଲ, ଲିଙ୍ଗରାଜ୍ , ଖଣ୍ଡଗିରି ଏୟାରଫିଲ୍ଡ ଥାନା ଅଧିନରେ ଥିବା ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ୍ ଜଗି ରହୁଛି। ଏବଂ ଧରାପଡିଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ମଦ ପିଇ ଗାଡି ଚଲାଇଲେ ଅନେକ ଦୁର୍ଘଟଣାମାନ ଘଟୁଛି। ଯାହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଏଭଳି ପଦକ୍ଷେପ ନେଇଛି। ସେପଟେ ରାଜଧାନୀରେ ଲୋକ ମାନଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ୍ ସିଂହ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..