ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ବୋମାମାଡ଼ ହୋଇଛି । ନୀଳାଦ୍ରି ବିହାର ଅଞ୍ଚଳରେ ବୋମାମାଡ଼ କରିିଛି। ବାଇକରେ ଆସି ୨ଜଣ ଯୁବକ ବୋମାମାଡ଼ କରିଥିବା ଜଣାପଡିଛି। ଏଥିରେ ୨ଜଣ ଆହତ ହୋଇଥିବାବେଳେ ଗୋଟିଏ କାର ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ଛାନଭିନ ଜାରି କରିଥିଲା | ଅଭିଯୁକ୍ତକୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି ପୋଲିସ । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ପୂର୍ବ ଶତ୍ରୁତାର ଉକ୍ତ ୨ଜଣ ଯୁବକ ବୋମାମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….