ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି। ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ଗତବର୍ଷ ମଧ୍ୟ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। କୋଚିଂ ସେଣ୍ଟରର କେତେକ ଜିନିଷପତ୍ର ମଧ୍ୟ ସିଲ୍ କରାଯାଇଥିଲା। ଏହାସହ ସୁବ୍ରତ କୁମାର ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..