ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିମାନ ବନ୍ଦରର ସୁରକ୍ଷା ବଳୟ କୁ ଭେଦି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରୁଥିଲେ ମହିଳା । କଷ୍ଟମ ବିଭାଗ ହାତରେ ଲାଗିଛି ଗଂଜେଇ। ଆଉ ମହିଳାଙ୍କ ନିକଟରୁ ଛୋଟ ଛୋଟ ପ୍ୟାକେଟରେ ପୁଳା ପୁଳା ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଘଟିଛି। ଗୋଟିଏ ବ୍ୟାଗରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଆଣୁଥିଲେ ସଂପୃକ୍ତ ମହିଳା। ତେବେ ମହିଳାଙ୍କ ବ୍ୟାଗ୍ ସର୍ଚ୍ଚ ବେଳେ ଏସବୁ ପାଇଥିଲା କଷ୍ଟମ୍ସ ବିଭାଗ। ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା ଓ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….