ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି଼ଗଲା କାର୍ । ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଇନୋଭା କାର୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ କାର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ଅନୁସାରେ, ମହିଳା ତାଙ୍କ ସ୍ୱାମୀ ଓ ଛୋଟ ପିଲାଙ୍କ ସହ ବାଇକରେ ଯାଇଥିଲା । ସେହି ସମୟରେ କୋର୍ଟ ସାମ୍ନାରେ ଗହଳି ରହିଥିଲା । ଏହି ସମୟରେ ଇନୋଭା କାର୍ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମହିଳାଜଣକ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଇନୋଭା କାର୍ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଏହାପରେ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।






More Stories
ଗୃହ ଚଳାଇବାକୁ ଇଚ୍ଛାନାହିଁ…..
ବିଜେପିରେ ମିଶିବେ ଅଭିଜିତ…..
ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି…..