Report Card Odisha

| Daily Odia News

ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା:ଆନ୍ଦୋଳନକୁ ଓହ୍ଲାଇଲେ ଏମ୍ସ ଡାକ୍ତର….

ରିପୋର୍ଟ କାର୍ଡ / ଭୁବନେଶ୍ଵର

କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ, ଠିକ୍ ତଦନ୍ତ ଓ ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି। ଓପିଡି, ଆଇପିଡି, ଓଟି କାର୍ଯ୍ୟରୁ ଡାକ୍ତରମାନେ ନିବୃତ୍ତ ରହିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସୂଚନା ମୂତାବକ ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟ ରୟକୁ  ଗିରଫ କରିଛି। ମୃତ ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ କଲକାତା ପୁଲିସ ତଦନ୍ତ କରି ଅଗଷ୍ଟ ୯ତାରିଖରେ ସିସିଟିଭି ଫୁଟେଜ ଆଧାରରେ ମେଡିକାଲ କଲେଜର ଜଣେ କର୍ମଚାରୀ ସଞ୍ଜୟ ରାୟକୁ ଗିରଫ କରିଛି। ଘଟଣାରେ ସ୍ଥାନୀୟ ପୋଲିସ ଦୁଷ୍କର୍ମ ମାମଲା ରୁୁଜୁ କରିଛି। ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କଲକାତା ହାଇକୋର୍ଟ।

Breaking News