Report Card Odisha

| Daily Odia News

ପରକୀୟା ପ୍ରୀତିରୁ ଶାଶୁକୁ ହତ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖଣ୍ଡଗିରି ବାରିରେ ଶାଶୁ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଭରତପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପୋଲିସ ପ୍ରମାଣ ଖୋଜି ପାଇବାରେ ସକ୍ଷମ ହୋଇଥିଲା। ସୂଚନା ଅନୁସାରେ, ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସୂରାକ୍‌ ମିଳିଛି। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବାକୁ ପାଇଖାନା ଟାଙ୍କି ସଫା କରିଥିଲା ପୁଲିସ । ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କୁ ହତ୍ୟା କରାଯାଇଥିଲା। ପ୍ରକାଶ ଯେ, ମଦା ପଲେଇଙ୍କ ଘର ଗଞ୍ଜାମ ଜିଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ।

Breaking News