Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ଟ୍ରାଫିକ କଟକଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନ୍ମଦିନରେ ମହିଳାଙ୍କୁ ଦେବେ ସୁଭଦ୍ରା ଯୋଜନା ଭେଟିଦେବେ । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ଏହି ଯୋଜନାରେ ହିତାଧିକାରୀଙ୍କୁ ପ୍ରଥଢ଼ କିସ୍ତି ବଣ୍ଟନ କରିବେ। ଜନତା ମୈଦାନରେ ବିଶାଳ ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ହଜାର ଲୋକଙ୍କ ସମେତ ୫୦ହଜାର ମହିଳା ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ୮୧ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଲୋକଙ୍କ ଯିବା ଆସିବା ଓ ଗାଡି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହେବ।ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ଯାତାୟତ ପାଇଁ କଟକଣା ରହିବ
କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାରଠାରୁ ସର୍ଭିସ୍‌‌ ରାସ୍ତାରେ ଗାଡି ଜୟଦେବ ବିହାର ଆଡକୁ ଯିବନାହିଁ
ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯାଇ ଗୁରୁକେଳୁ ଚରଣ ପାର୍କକୁ ଯିବ, ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବେ।
ଶିଖରଚଣ୍ଡିରୁ ପଥର ଗାଡିଆ ଦେଇ ଡିଏନ୍‌‌ ସ୍କୁଲଠାରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଫାୟାର ଷ୍ଟେସନ ଛକରେ ପହଞ୍ଚି ପାରିବେ।
ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟବିହାର ଦେଇ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବେ।
ଫାୟାର ଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ରାସ୍ତା ପଟେ ଡିଏନ୍‌‌ ସ୍କୁଲରୁ ପଥରଗାଡିଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ।
କଟକ ପଟୁ ଆସୁଥିବା ଏନଏଚ-୩୧୬ ଦେଇ ଭୁବନେଶ୍ୱର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ।
ବେହେରା ସାହି ଆଡୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହନ ଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହିଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ।
ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ।
ମୋଦୀଙ୍କ ଗସ୍ତ ଲାଗି ଜାରି ହୋଇଥିବା ଟ୍ରାଫିକ କଟକଣାରୁ ଜରୁରୀକାଳୀନ ସେବା ଫାୟାର ବ୍ରିଗେଡ ଓ ଆମ୍ବୁଲାନ୍ସକୁ ବାଦ ଦିଆଯାଇଛି।

Breaking News