ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକଗୁଡ଼ିକରେ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍ ବ୍ୟବସ୍ଥାଗୁଡ଼ିକ ଅଧିକାଂଶ ସମୟରେ କାମ କରୁ ନାହିଁ। କେତେକ ସ୍ଥାନରେ ଅଧିକାଂଶ ସମୟରେ ସିଗ୍ନାଲ ୟେଲୋ ଲାଇଟ୍ ଜଳି ରହୁଛି। ତେବେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଏବେ ସ୍ମାର୍ଟସିଟିରେ ଅଟୋମେଟିକ୍ ଟ୍ରାଫିକ୍ ଡିଟେକ୍ଟିଭ୍ ସିଷ୍ଟମ୍(ଆଡାପ୍ଟିଭ) ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ପୋଷ୍ଟ ନିକଟରେ ଭୁଲ ଲାଇଟ ଜାଳିବା ଫଳରେ ଦୁର୍ଘଟଣା ଘଟିଥାଏ। ତେଣୁ ଦୁର୍ଘଟଣାକୁ ରୋକିବା ନିମନ୍ତେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ପକ୍ଷରୁ ଟ୍ରାଫିକ୍ ସିଗ୍ନାଲଗୁଡ଼ିକରେ ଟାଇମର ଲଗାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ୫୧ଟି ଟ୍ରାଫିକ୍ ପୋଷ୍ଟ ମଧ୍ୟରୁ ୧୦ଟି ଟ୍ରାଫିକ୍ ପୋଷ୍ଟରେ ଟାଇମର ବ୍ୟବସ୍ଥା ଆରମ୍ଭ ହେବ। ଏଟିସିଏସ୍ ବ୍ୟବସ୍ଥାରେ ୫୦ରୁ ୬୦ସେକେଣ୍ଡର ଟାଇମର ଲାଗିବ। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଏଜି ଛକ, ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ପାୱାର ହାଉସ୍ ଛକ, ବେହେରାସାହି ଛକ, ନାଲ୍କୋଛକ ସମେତ ଅନ୍ୟ ୪ଟି ଛକରେ ଟ୍ରାପିକ ସିଗ୍ନାଲରେ ଟାଇମର୍ ଲାଗିବ, ଏହା ଛଡା କମିଶନରେଟ ପୋଲିସ ଓ ବିଏସ୍ସିଏଲ୍ର ମିଳିତ ଉଦ୍ୟମରେ ସହରର ୩୨ଟି ପଏଣ୍ଟରେ ନୂଆ ସିସିଟିଭି ଲାଗିବ। ଯାହା ଟ୍ରାଫିକ୍ ଅମାନିଆଙ୍କୁ ସିଧାସଳଖ ଭାବେ ଗାଡ଼ି ନମ୍ବରରେ ଚାଲାଣ କଟାଯିବ। ଟ୍ରାଫିକ ସିଗ୍ନାଲରେ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି ବିଭିନ୍ନ ଟ୍ରାଫିକ ପୋଷ୍ଟରେ ୟଲୋ ଲାଇଟରେ ଅନେକ ଦୁର୍ଘଟଣା ଘଟିଥାଏ। ପୂର୍ବରୁ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ ବିଭାଗ ପକ୍ଷରୁ ବିଏସ୍ସିଏଲ୍କୁ ଚିଠି ଲେଖାଯାଇଥିଲା। ଏବେ ବିଏସ୍ସିଏଲ୍ ଓ ଟ୍ରାଫିକ୍ ବିଭାଗର ସମନ୍ବୟରେ କାର୍ଯ୍ୟ ଆରମ୍ଭ ହେବ। ନବୀକରଣ ହେବ ୨୦ରୁ ଊର୍ଦ୍ଧ୍ୱ ଟ୍ରାଫିକ୍ ପୋଷ୍ଟ | ବର୍ତ୍ତମାନ ରାଜଧାନୀରେ ଏକାମ୍ର ଛକ, ଶିଶୁ ଭବନ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ, ରାମ ମନ୍ଦିର ଛକ ସମେତ ୧୫ଟି ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ପୋଷ୍ଟଗୁଡିକର ଖୁବ ଶୀଘ୍ର ନବୀକରଣ ପ୍ରକ୍ରିୟା ଆରମ୍ଭ ହେବ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..