ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଜଣେ ବିଡିଏ କର୍ମଚାରୀ ଗିରଫ ହୋଇଛନ୍ତି । ଅଭିଯୁକ୍ତ ବିଡିଏ କର୍ମଚାରୀ ଜଣକ ହେଉଛନ୍ତି ମନୋରଞ୍ଜନ ଦାସ । ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ବିଡିଏ କର୍ମଚାରୀ ମନୋରଞ୍ଜନଙ୍କୁ ଲଷ୍ମୀସାଗର ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମନୋରଞ୍ଜନଙ୍କ ଘର ଚନ୍ଦକା ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ- ତେବେ ବିବାହିତ ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ମନୋରଞ୍ଜନ । ମହିଳା ଜଣଙ୍କ ପୂର୍ବରୁ ବିବାହିତା ହୋଇଥିବା ବେଳେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ଜଣକ ବିବାହ ପାଇଁ ମହିଳା ଜିଦ୍ ଧରିଥିଲେ । କିନ୍ତୁ ବିବାହ କଥା ଶୁଣିଲେ ମନୋରଞ୍ଜନ ମହିଳାଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ ଏବେ ଆଉ ଧାରା ଚୁଆଁ ଦେଉନଥିଲେ | ଏହାପରେ ମହିଳା ଜଣଙ୍କ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାରକରି ଲଷ୍ମୀସାଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ମନୋରଞ୍ଜନ ଦାସ ବିଡିଏର ଫିଲ୍ଡ ଅଫିସର ଥିବା ଜଣାପଡିଛି । ଗିରଫ ପରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..