Report Card Odisha

| Daily Odia News

ସାବଧାନ,ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହର୍ଲିକ୍ସ ପିଉଥିଲେ ସାବଧାନ ! ହର୍ଲିକ୍ସ ବି ହେଉଛି ଅପମିଶ୍ରଣ । ବିଧାନସଭାରେ ଏ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୋର୍ଦ୍ଧା ଜିଲ୍ଲାରେ ତ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ହର୍ଲିକ୍ସ । ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୁରଭଞ୍ଜରୁ ଜବତ ହୋଇଛି ଅପମିଶ୍ରିତ ହର୍ଲିକ୍ସ । ଏହା ସହ ବଜାରରୁ ଆପଣ କିଣୁଥିବା ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ, ସୋୟାବୀନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ, ନୁଡୁଲସ ଅପମିଶ୍ରିତ । ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ । ସର୍ବାଧିକ ଖୋର୍ଦ୍ଦାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Breaking News