Report Card Odisha

| Daily Odia News

ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ସାବଧାନ……


ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାସନକାର୍ଡର ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେଉଁ ରାସନକାର୍ଡ ଉପଭୋକ୍ତା ମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ସେ କହିଛନ୍ତି ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ,ତାହା ଦେଢ଼ଗୁଣା ସେହି ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ। ପୂର୍ବରୁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି ଯଦି ସେହି ବ୍ୟକ୍ତି ଧରାପଡିଲେ ସରକାର ତାଙ୍କ ପାଖରୁ କ୍ଷତିପୂରଣ ଆଦାୟ କରିବେ । ଇ-କେଓ୍ବାଇସି ପରେ ରାଜ୍ୟରେ ୬ ଲକ୍ଷ ୯୫ ହଜାରରୁ ଉର୍ଦ୍ଧ୍ୱ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ମନ୍ତ୍ରୀ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି।

Breaking News