Report Card Odisha

| Daily Odia News

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମସ୍ତେ ଚାହାନ୍ତି ସୁନ୍ଦର ଦେଖା ଯିବା ପାଇଁ | ମାର୍କେଟ୍ରେ ମିଳୁଥିବା ଅନେକ ରାସାୟନିକ କ୍ରିମ ତ୍ୱଚାରେ ବ୍ୟବହାର କରିଥାନ୍ତି | ଯାହା ଦ୍ୱାରା ଅନେକ ସମସ୍ୟା ଦେଖା ଦେଇଥାଏ | ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଘରୋଇ ଉପାୟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ତ୍ୱଚା ପାଇଁ ମାସ୍କ। ତେବେ ଏହି ମାସ୍କକୁ ଆପଣ ରାତି ସମୟରେ ବ୍ୟବହାର କରିବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ। ଏହାକୁ ଆପଣ ଘରେ ପ୍ରସ୍ତୁତ କରି ପାରିବା ସହ ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ। ତ୍ୱଚା ମାସ୍କ ବ୍ୟବହାର ଦ୍ୱାରା ମୁହଁର ଧୂଳି,ଅପରିଷ୍କାର ଜିନିଷ ବାହାରିବାରେ ସାହାଯ୍ୟ ହୋଇଥାଏ।

ଜାଣନ୍ତୁ କିଛି ଘରୋଇ ତ୍ୱଚା ମାସ୍କ ବିଷୟରେ….
ଗ୍ରୀନ ଟିରେ ଅଳ୍ପ ଆଳୁ ରସ ମିଶାଇ କିଛି ସମୟ ରଖି ଦିଅନ୍ତୁ। ଏହାକୁ ରାତି ସାରା ମୁହଁରେ ଲଗାଇ ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ।
୪ ରୁ ୫ଟି ବାଦାମକୁ ଭିଜାଇ ଏହାକୁ ପେଷି ଦିଅନ୍ତୁ। ଏବେ ଏଥିରେ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାଇ ରାତି ସାରା ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ଟମାଟୋ ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ରାତିସାରା ରଖନ୍ତୁ। ସକାଳେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଖରାର ପ୍ରଭାବରେ ପଡୁଥିବା କଳାଦାଗ ଦୂର ହୋଇ ମୁହଁ ସୁନ୍ଦର ହୋଇଥାଏ।
ଲେମ୍ବୁ ରସରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମଧ୍ୟ ମୁହଁ ସୁନ୍ଦର ହୋଇଥାଏ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଲଗାନ୍ତୁ।
ହଳଦୀ ଓ କ୍ଷୀର ମିଶାଇ ଏହାକୁ ରାତିସାରା ମୁହଁରେ ଲଗାଇ ରଖନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ବିଭିନ୍ନ ଦାଗ ଦୂର ହେବା ସହ ଚମକ ବୃଦ୍ଧି ପାଇଥାଏ।

Breaking News