Report Card Odisha

| Daily Odia News

ତ୍ୱଚାର ପାଇଁ ଚାଉଳ ଗୁଣ୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ସମସ୍ତେ ବିଭିନ୍ନ ଉପାୟ ଓ ଭିନ୍ନ ଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଶୀତ ଦିନେ ବିଶେଷ କରି ତ୍ୱଚା ଶୁଷ୍କ ଓ କଳା ହେବା ସହ ସୁନ୍ଦରତା ହ୍ରାସ ହେବା ଭଳି ଅନୁଭବ ହୋଇଥାଏ। ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। କିଛି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଚାଉଳ ଗୁଣ୍ଡ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ।
ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଉପକାରୀ। ଏଥିରେ ଚାଉଳ ଗୁଣ୍ଡ ମିଶାଇ ଲଗାନ୍ତୁ। ୧ ଚାମଚ ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ ହାଲକା ଭାବେ ମାଲିସ କରନ୍ତୁ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ।
ତ୍ୱଚା ପାଇଁ କଞ୍ଚା କ୍ଷୀର ଖୁବ ଲାଭଦାୟକ। ୨ ଚାମଚ ଚାଉଳ ଗୁଣ୍ଡରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ମାଲିସ କରନ୍ତୁ। ଏହା ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ କରିଥାଏ। ବିଭିନ୍ନ ଦାଗ ଦୂର କରି ତ୍ୱଚାର ଚମକ ବୃଦ୍ଧି ସହ କୋମଳ କରିଥାଏ।
ଚାଉଳ ଗୁଣ୍ଡ ଓ ଏଲୋବେରା ଜେଲ୍‌‌ ଶୀତଦିନିଆ ତ୍ୱଚା ପାଇଁ ବେଶ ଉପକାରୀ। ୨ ଚାମଚ ଚାଉଳ ଗୁଣ୍ଡରେ ଏଲୋବେରା ଜେଲ୍‌‌ ମିଶାଇ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ଏହାର ବ୍ୟବହାର ଦ୍ୱାରା ମୁହଁର ଚମକ ବୃଦ୍ଧି ହୋଇଥାଏ। ସପ୍ତାହକୁ ଥରେ ଏହାର ବ୍ୟବହାର କରି ପାରିବେ।
ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗ୍ରୀନ ଟି ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଚାଉଳ ଗୁଣ୍ଡରେ ଗ୍ରୀନ ଟି ମିଶାନ୍ତୁ। କିଛି ଗ୍ରୀନ ଟି ପ୍ରସ୍ତୁତ କରି ଏହାକୁ ଛାଣି ଏଥିରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

Breaking News