ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଲାରୁଷ୍ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ସାକ୍ଷାତ କରିବା ପାଇଁ ଲୁକାଶେଙ୍କୋ ମସ୍କୋ ଆସିଥିଲେ, କିନ୍ତୁ ପୁଟିନ୍ଙ୍କୁ ଭେଟିବାର ତୁରନ୍ତ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତର ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ତଥାପି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଥିବା ନେଇ ଆଶଙ୍କା କରାଯାଉଛି ! ବେଲାରୁଷର ବିରୋଧୀ ଦଳ ନେତା ଭାଲେରୀ ସେପକାଲୋ କହିଛନ୍ତି ଯେ, ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଲୁକାଶେଙ୍କୋ ଏବଂ ପୁଟିନଙ୍କ ମଧ୍ୟରେ ଏକ ବନ୍ଦ ଘରେ ବାର୍ତ୍ତାଳାପ ହୋଇଥିଲା, ଯାହାପରେ ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେପକାଲୋ କହିଛନ୍ତି, ରୁଷର ବରିଷ୍ଠ ଡାକ୍ତରମାନେ ଲୁକାଶେଙ୍କୋଙ୍କ ଚିକିତ୍ସା କରୁଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଲୁକାଶେଙ୍କୋଙ୍କ ରକ୍ତ ସଫା କରିବାର ପ୍ରକ୍ରିୟା ଚାଲିଛି ବୋଲି ସେପକାଲୋ ସୂଚନା ଦେଇଛନ୍ତି। ସାଧାରଣତଃ ବିଷ ଶରୀରରେ ପହଞ୍ଚିବା ପରେ ରକ୍ତ ସଫା କରିବାର ପ୍ରକ୍ରିୟା କରାଯାଇଥାଏ। ଏହି କାରଣରୁ ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଥିବା ଚର୍ଚ୍ଚା ହେଉଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..