ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁରନ୍ତ ଖାଲି କର ରାଜଭବନ ପରିସର। ଆଜି କୋଲକାତା ପୋଲିସ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ବୋଷ ରାଜଭବନର ଉତ୍ତର ଫାଟକ ନିକଟରେ ଅବସ୍ଥିତ ପୋଲିସ ପୋଷ୍ଟକୁ ‘ଜନ ମଞ୍ଚ’ରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ରାଜଭବନରେ ନିୟୋଜିତ ପୋଲିସ ଅଧିକାରୀଙ୍କ ସମେତ ରାଜଭବନ ଭିତରେ ନିୟୋଜିତ ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ପୂର୍ବେ ପୋଲିସ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବୋଷଙ୍କୁ ଭେଟିବା ପାଇଁ ରାଜ ଭବନରେ ପ୍ରବେଶ କରିବାକୁ ଅଟକାଇଥିଲା। ହେଲେ ରାଜ୍ୟପାଳ ସେମାନଙ୍କୁ ଭେଟିବା ପାଇଁ ଲିଖିତ ଅନୁମତି ଦେଇଥିଲେ ମଧ୍ୟ ପୋଲିସ ଏହାକୁ ଖାତିର କରି ନଥିଲା। ଏହି ଘଟଣା ପରେ ରାଜ୍ୟପାଳଙ୍କ ତରଫରୁ ଏବେ ଏହି ଆଦେଶ ଆସିଛି। ତୁରନ୍ତୁ ପୋଲିସ କର୍ମଚାରୀଙ୍କୁ ସେ ରାଜଭବନ ଖାଲି କରିବାକୁ କହିଛନ୍ତି। କହିରଖୁ ଯେ, ପୋଲିସ ଗୁରୁବାର ଧାରା ୧୪୪ ଜାରିା ଦ୍ୱାହି ଦେଇ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ପୀଡିତଙ୍କୁ ରାଜଭବନରେ ପ୍ରବେଶ କରିବାକୁ ଅଟକାଇଥିଲା। ଏହା ପରେ ରାଜ୍ୟପାଳଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକେ ଏକାଠି ହେବାକୁ ମନା କରିଥିଲା। ଏହା ପରେ ବିଜେପି ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ଜଣେ ବ୍ୟକ୍ତି କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଲିଖିତ ଅନୁମତି ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ରାଜଭବନ ଭିତରକୁ ଛାଡି ନଥିବା ଅଭିଯୋଗ କରିଥିଲେ।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….