Report Card Odisha

| Daily Odia News

ବିଜେପି ବାହାରୁ ଗୁଣ୍ଡା ଆଣି ପଶ୍ଚିମବଙ୍ଗରେ ହିଂସା କରୁଛି….

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଥମିବାର ନାମ ନ ନେଉନାହିଁ | ଆଉ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ମଙ୍ଗଳବାର ଦିନ ସେ କହିଛନ୍ତି ଯେ ବିଜେପି ଲୋକମାନେ ଯେକୌଣସି ସ୍ଥାନରେ ଦଙ୍ଗା କରିପାରିବେ। ସେଥିପାଇଁ ମୋତେ ସବୁବେଳେ ସତର୍କ ରହିବାକୁ ପଡୁଛି | ଆମେ ହିଂସା କରୁନାହୁଁ, ପଶ୍ଚିମବଙ୍ଗର ଲୋକମାନେ ହିଂସା ପସନ୍ଦ କରନ୍ତି ନାହିଁ | ହିଂସାକାଣ୍ଡ ପାଇଁ ଆଉ କେହି ଦାୟୀ ନୁହଁନ୍ତି, କେବଳ ବିଜେପି ଦାୟୀ | ବିଜେପି ବାହାରୁ ପଶ୍ଚିମବଙ୍ଗକୁ ଗୁଣ୍ଡା ଆଣିଥିଲେ। ତେବେ କେବଳ ଗୁଣ୍ଡା ନୁହେଁ ବରଂ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମଧ୍ୟ ଆଣିଥିଲେ ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଭଗବାନ ରାମ ଅସ୍ତ୍ର ଆଣିବାକୁ କହିଥିଲେ କି |ଏହି ଲୋକମାନେ ବୁଝନ୍ତି ନାହିଁ ଯେ ପଶ୍ଚିମବଙ୍ଗବାସୀ ଦଙ୍ଗା ପସନ୍ଦ କରନ୍ତି ନାହିଁ। ଦଙ୍ଗା ପଶ୍ଚିମବଙ୍ଗର ସଂସ୍କୃତି ନୁହେଁ। ସାଧାରଣ ଲୋକ ଦଙ୍ଗା କରନ୍ତି ନାହିଁ। ବିଜେପି ଦ୍ୱାରା ଦଙ୍ଗା ହେଇପାରୁନଥିବାରୁ ବାହାରୁ ଭଡାଟିଆ ଗୁଣ୍ଡାଙ୍କୁ ଆଣି ଦଙ୍ଗା କରାଉଛନ୍ତି | ଦଙ୍ଗାକାରୀଙ୍କ କୌଣସି ଧର୍ମ ନାହିଁ, ସେମାନେ କେବଳ ରାଜନୈତିକ ଗୁଣ୍ଡା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାମ ନବମୀରେ ହିଂସା କରି ବିଜେପି ପ୍ରଭୁ ରାମଙ୍କ ନାମ ବଦନାମ କରୁଛି।

Breaking News