ରିପୋର୍ଟ କାର୍ଡ / ସମ୍ବଲପୁର
ସ୍ଥାନୀୟ ଅଇଁଠାପାଲି ଥାନାଞ୍ଚଳର ଦାନୀପାଲିଠାରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ଅଇଁଠାପାଲି ଥାନା ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି। ବିଡ଼ି ଟଣାକୁ କେନ୍ଦ୍ର କରି ଶ୍ରମିକଙ୍କ ହତ୍ୟା କରାଯାଇଥିଲା। ମୃତକ ପଶ୍ଚିମବଙ୍ଗର ଶେଖ ଜୁଏଲ (୨୧) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନିକଟସ୍ଥ ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ। ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏବଂ ବିଡି ମାଗି ପିଇଥିଲେ।ବିଡ଼ି ପିଇବା ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଉକ୍ତ ୪ ଯୁବକ ଶ୍ରମିକମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବାରୁ ଯୁକ୍ତିତର୍କ ହୋଇଥିଲା। ସେଥିରୁ ସେମାନେ ଶ୍ରମିକମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁଁଁ ଶେଖ ଜୁଏଲଙ୍କର ମୃତ୍ୟୁ ହୋଇଯାଇଥିଲା। ଅକୁର ରହମାନ ଓ ସୋନୱାର ହୁସେନ ନାମକ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ସଦର ଏଡିପିଓ ତୁଫାନ ବାଗ କହିଛନ୍ତି। ପୁଲିସ୍ ଆଜି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି।






More Stories
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..