Report Card Odisha

| Daily Odia News

ଉପବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ…..

Screenshot

ରିପୋର୍ଟ କାର୍ଡ / ଭୁବନେଶ୍ବର

ସପ୍ତଦଶ ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ଆଜି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି।ସୂଚନାଯୋଗ୍ୟ, ଭବାନୀ ଶଙ୍କର ଭୋଇ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାରୁ ନିର୍ବାଚିତ ବିଧାୟକ। ସାଧାରଣ ନିର୍ବାଚନ-୨୦୨୪ରେ ସେ ତଳସରାରୁ ବିଜେପି ଟିକେଟରେ ବିଜୟୀ ହୋଇଛନ୍ତି।

Breaking News