ରିପୋର୍ଟ କାର୍ଡ / ଭୁବନେଶ୍ବର
ସପ୍ତଦଶ ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ଆଜି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି।ସୂଚନାଯୋଗ୍ୟ, ଭବାନୀ ଶଙ୍କର ଭୋଇ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାରୁ ନିର୍ବାଚିତ ବିଧାୟକ। ସାଧାରଣ ନିର୍ବାଚନ-୨୦୨୪ରେ ସେ ତଳସରାରୁ ବିଜେପି ଟିକେଟରେ ବିଜୟୀ ହୋଇଛନ୍ତି।






More Stories
କେହି କଲେନି ନାମାଙ୍କନ ପ୍ରତ୍ୟାହାର…..
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….