ରିପୋର୍ଟ କାର୍ଡ / ଭଦ୍ରକ
ମଶାଣିରୁ ଶବ ଗାଏବ ହୋଇଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଧୀନରେ ଥିବା ମଣିନାଥପୁର ଅଞ୍ଚଳରେ । ମଣିନାଥପୁର ଗାଁର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପୋତା ଯାଇଥିଲା। ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ପୁଅ ତାପସ ଏବଂ କିଛି ସମ୍ପର୍କୀୟ ଶ୍ମଶାନକୁ ଯାଇଥିଲେ। ହେଲେ ମାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରେ ଶବ ମିଳିନଥିଲା। ସେହି ସ୍ଥାନରୁ ଏକ ମଦ ବୋତଲ ମିଳିଥିଲା। ଏପରିକି ମୃତଦେହଟିକୁ ଘୋଷାଡି ଘୋଷାଡି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କସ୍ଵାମୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..