ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ରାଜ୍ୟପାଳ ପଦ ଛାଡ଼ିବେ ଭଗତ ସିଂହ କୋଶୟାରି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିକଟରେ ମୁମ୍ବାଇ ଆସିଥିବା ବେଳେ ତାଙ୍କ ସହ ରାଜ୍ୟପାଳ କୋଶୟାରି ଏ ସମ୍ପର୍କରେ କଥା ହୋଇଥିଲେ। ଆଜି ରାଜଭବନ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୋଶୟାରି ରାଜ୍ୟପାଳ ଛାଡ଼ିବାକୁ ଯାଉଥିବା ସମସ୍ତଙ୍କୁ ଅବଗତ କରାଯାଇଛି। ଉକ୍ତ ବିବୃତିରେ କୋଶୟାରି କହିଛନ୍ତି, “ମହାରାଷ୍ଟ୍ର ଭଳି ଗୋଟିଏ ମହାନ ରାଜ୍ୟର ରାଜ୍ୟ ସେବକ ବା ରାଜ୍ୟପାଳ ଭାବେ କାମ କରିବା ନିଶ୍ଚିତ ଭାବେ ମୋ ପାଇଁ ସମ୍ମାନର ବିଷୟ। ମହାରାଷ୍ଟ୍ର ହେଉଛି ସନ୍ଥ, ସାମାଜିକ ପରିବର୍ତ୍ତନକାରୀ ଓ ଯୋଦ୍ଧା ମାନଙ୍କ ରାଜ୍ୟ। ୩ ବର୍ଷରୁ ଅଧିକ ସମୟ ଏଠାରେ କାମ କରିବା ବେଳେ ମହାରାଷ୍ଟ୍ରର ଲୋକମାନେ ମୋତେ ଦେଇଥିବା ଭଲ ପାଇବାକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ। ନିକଟରେ ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିଥିବା ବେଳେ ମୁଁ ତାଙ୍କୁ ସମସ୍ତ ପ୍ରକାରର ରାଜନୀତିକ ଦାୟିତ୍ୱରୁ ବିରତି ନେବାକୁ ଚାହୁଁଥିବା ଜଣାଇ ଦେଇଥିଲି। ମୁଁ ଜୀବନର ବାକି ସମୟ ପଢ଼ିବା, ଲେଖିବା ଓ ଅନ୍ୟ କାର୍ଯ୍ୟକଳାପରେ ବିତାଇବାକୁ ଚାହୁଁଛି। ମୁଁ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଭଲ ପାଇବା ଓ ସ୍ନେହ ପାଇଛି। ଏହି ପ୍ରସଙ୍ଗରେ ମୁଁ ସମାନ ଆଚରଣ ପାଇବି ବୋଲି ଆଶା କରୁଛି।”






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..