ରିପୋର୍ଟ କାର୍ଡ / ପିପିଲି
ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍ ଅନ୍ତର୍ଗତ ବାଲିଗାଁ ଠାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପୁରୀର ନୀତିକାନ୍ତି ଅନୁଯାୟୀ ଶ୍ରାବଣ ମାସ ଶୁକ୍ଳପକ୍ଷ ନବମୀ ତିଥିରୁ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣ ପର୍ବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ପୀଠସ୍ଥ ଶ୍ରୀମନ୍ଦିରର ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ଗୁରୁଣ୍ଡି ଗୋପାଳଙ୍କୁ ପ୍ରତ୍ୟହ ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଭକ୍ତ ମାନଙ୍କୁ ସମାଗମ କ୍ଷୁଦ୍ର ପଲ୍ଲୀଗ୍ରାମଟିକୁ ଉତ୍ସବ ମୁଖରୀତ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ୍, ପହଲ୍ଲାଦ ମିଶ୍ର ଦୈନନ୍ଦିନ ପୂଜାନୀତି ସମାପନ କରିଥିଲେ । ରକ୍ଷାବନ୍ଧନ ପର୍ବ ଅବସରରେ ଏକ ଆଧ୍ୟାତ୍ମିକ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ମୁଖ୍ୟ ଇଂ ହାଡୁବନ୍ଧୁ ବେହେରା ଭକ୍ତ ଓ ଭଗବାନଙ୍କ ନିବିଡ଼ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଚିତ୍ତରଞ୍ଜନ ମିଶ୍ର ଓ ସମ୍ମାନ୍ନିତ ଅତିଥି ଭାବେ ନଗର ଉନ୍ନୟନ ବିଭାଗର ପ୍ରାକ୍ତନ ଯୁଗ୍ମ ସଚୀବ ଇଂ ରୋହୀତ କୁମାର ସେଠୀ ନିଜ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଓ ଅଭିଭାଷଣ ରଖିଥିଲେ । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନରୋନ୍ଦ୍ର ନାଥ ସାହୁ ସଭାପତିତ୍ୱ କରିଥିଲେ । ଭକ୍ତ ଦାସିଆ ସ୍ମୃତି କମିଟିର ବରିଷ୍ଠ ଟ୍ରଷ୍ଟ ଅର୍ଜ୍ଜୁନ ଚରଣ ସାମଲ, ପ୍ରତାପ ଚନ୍ଦ୍ର ନାୟକ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ସଦସ୍ୟ ଅର୍ଜ୍ଜୁନ ଚରଣ ମାଝି, ରାଜନ ଛୋଟୋଇ, ସ୍ୱୟଂପ୍ରକାଶ ପରିଡ଼ା, ପବିତ୍ର କୁମାର ମଲ୍ଲିକ, ଜୟପ୍ରକାଶ ପରିଡ଼ା, ଲକ୍ଷ୍ମୀଧର ସାହୁ, ପ୍ରଫୁଲ ବରାଳ,ଇଂ ମାହଲ, ଅକ୍ଷୟ ବେହେରା ଅଂଶଗ୍ରହଣ କରିଥିଲେ । ଉକ୍ତ ସଭାଟିକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଅବସରରେ ଜଗନ୍ନାଥ ସଂସ୍କୃତି ପରିଷଦର ସଂପାଦକ ନାରାୟଣ ମହାପାତ୍ରଙ୍କ ସହଯୋଗରେ ବିଶିଷ୍ଟ ସଂଗିତଜ୍ଞ ଦିବ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଦିଲିପ କୁମାର ମହାନ୍ତି ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଶଣ କରିଥିଲେ । ପ୍ରତ୍ୟହ ଭଜନ କୀର୍ତ୍ତନରେ କବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ରାଉତ, ସଞ୍ଜୟ ସାହୁ, ନିରଞ୍ଜନ ସାହୁ, ପଞ୍ଚୁ ଜେନା, ଜୀବନ ସ୍ୱାଇଁ, ଗିରିଧାରୀ ପଲାଇ, ଲକ୍ଷ୍ମୀଧର ଲେଙ୍କାଙ୍କ ଦ୍ୱାରା ପରିବେଶଣ ହୋଇଥିଲା । ଶ୍ରୀ କୃଷ୍ଣଚନ୍ଦଅ ଲେଙ୍କା ଦୈନନ୍ଦିନ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..