Report Card Odisha

| Daily Odia News

ଭାରତ-ଚୀନ ସେନା ମୁହାଁମୁହିଁ,୨୦୦ ଚୀନ ସେନାଙ୍କୁ ଅଟକାଇଲା ଭାରତୀୟ ସେନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅରୁଣାଚଳ ପ୍ରଦେଶ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ସେନାଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥିଲା । ଏଲଏସିକୁ ମାଡ଼ି ଆସିଥିବା ୨୦୦ ଚୀନ ସେନାଙ୍କୁ ରୋକିଥିଲେ ଭାରତୀୟ ସେନା । ତେବେ ଏଥିରେ କେହି ବି ମୃତାହତ କିମ୍ବା କୌଣସି ଜୀବନ ହାନି ହୋଇନାହିଁ । ସ୍ଥାନୀୟ କମାଣ୍ଡରସ୍ତରୀୟ ଆଲୋଚନା ସମସ୍ୟାର ସମାଧାନ ହୋଇଛି । ଭାରତ ଓ ଚୀନରେ ଦୀର୍ଘ ଦିନ ହେବ ଉତ୍ତେଜନା ଜାରି ରହିଛି। କମାଣ୍ଡର ସ୍ତରୀୟ ଆଲୋଚନା ପରେ ମଧ୍ୟ ମାମଲାର ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଦେଖା ଦେଇଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ଅନର୍ଥର୍ଣ୍ଣ ଫ୍ରଣ୍ଟରେ LAC ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ଭାରତ ଉଦ୍ ବେଗ ପ୍ରକାଶ କରିଛି

 

Breaking News