Report Card Odisha

| Daily Odia News

ଭାରତ ଗୌରବ ଟ୍ରେନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତୀୟ ରେଳପଥ ପକ୍ଷରୁ ନଭେମ୍ବର ଶେଷ ସପ୍ତାହରୁ ‘ଭାରତ ଗୌରବ ଟ୍ରେନ୍’ ନୀତି ଆରମ୍ଭ କରାଯାଇଛି। ଏହାକୁ ନଜରରେ ରଖି ଗତକାଲି ପୂର୍ବତଟ ରେଳପଥ ପକ୍ଷରୁ ଭର୍ଚୁଆଲରେ ଅନୁଷ୍ଠିତ ‌ବୈଠକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଟୁର୍ ଆଣ୍ଡ ଟ୍ରାଭେଲ୍‌ ଅପରେଟର୍‌ମାନେ ଅଂଶଗ୍ରହଣ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ପାସେଞ୍ଜର ମାର୍କେଟିଂ ପି.ସି ସାହୁ ଏହି ଟ୍ରେନ୍‌ ସମ୍ବନ୍ଧୀୟ ବୈଶିଷ୍ଟ୍ୟକୁ ସଂକ୍ଷେପରେ ବର୍ଣ୍ଣନା କରିଥିବା ବେଳେ ରେଳପଥର ମୁଖ୍ୟଯାତ୍ରୀ ଯାତାୟାତ ପ୍ରବନ୍ଧକ ଜେ.ପି ମିଶ୍ର, ଉପ ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ଯୋଜନା ଅଧୀନରେ ପଞ୍ଜୀକୃତ ସେବା ପ୍ରଦାନକାରୀଙ୍କୁ ଭାରତ ଗୌରବ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଳପଥ ଦ୍ୱାରା ‘ବ୍ୟବହାର କରିବାର ଅଧିକାର’ ଆଦର୍ଶ ଅଧୀନରେ ରେକ୍ ପ୍ରଦାନ କରାଯିବ। ଆଗ୍ରହୀ ସେବା ପ୍ରଦାନକାରୀ ‘ଭାରତ ଗୌରବ ଟ୍ରେନ୍’ ଅଧୀନରେ ‘www.indianrailways.gov.in’ ଅନଲାଇନ୍ ପଞ୍ଜୀକରଣ କରିପାରିବେ। ଘରୋଇ ଅପରେଟର୍‌ଙ୍କୁ ସର୍ବନିମ୍ନ ଦୁଇ ବର୍ଷ ଓ କୋଚ୍‌ଗୁଡ଼ିକର ଅବଶିଷ୍ଟ କୋଡାଲ୍ ଲାଇଫ୍ ପର୍ଯ୍ୟନ୍ତ କୋଚ୍ ପ୍ରଦାନ କରାଯିବ। ଏହି ଟ୍ରେନ୍‌ରେ ସର୍ବନିମ୍ନ ୧୪ଟି କୋଚ୍ ଓ ୨ଟି ସିଟିଂ-କମ-ଲଗେଜ୍ କୋଚ୍(ଏସ୍‌ଏଲ୍‌ଆର) ସହ ସର୍ବାଧିକ ୨୦ଟି କୋଚ୍ ରହିବ।

Breaking News