ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନା ଆଗାମୀ ଦୁଇ ଦଶନ୍ଧୀରେ ଅନୁନ୍ୟ ୩୫୦ଟି ଯୁଦ୍ଧ ବିମାନ କିଣିବା ପାଇଁ ବିଚାର କରୁଛି।ବୁଧବାର ଭାରତୀୟ ଏରୋସ୍ପେସ୍ କ୍ଷେତ୍ର ସମ୍ପର୍କିତ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଏୟାର ଚିଫ୍ ମାର୍ସାଲ ଆର.କେ.ଏସ୍. ଭଦୌରିଆ କହିଛନ୍ତି | ଆହୁରି ସେ କହିଛନ୍ତି କି ଚୀନ ପକ୍ଷରୁ ଦେଖା ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାକୁ ସାମଗ୍ରିକ ଶକ୍ତି ବୃଦ୍ଧି ସହ ବିଷମ କ୍ଷମତା ହାସଲ ନିମନ୍ତେ ପ୍ରେରିତ କରିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ପଡୋଶୀଙ୍କୁ ଦୃଷ୍ଟିରେ ରଖି ଆମେ ଏବେ ସ୍ୱତନ୍ତ୍ର ପ୍ରଯୁକ୍ତି ଆବଶ୍ୟକ କରୁଛୁ। ସୁରକ୍ଷାଗତ କାରଣରୁ ଏହି ପ୍ରଯୁକ୍ତିକୁ ଆମେ ଆମ ନିଜ ଘରେ ବିକଶିତ କରିବା ଦରକାର ବୋଲି ସେ କହିଛନ୍ତି। ବିଭିନ୍ନ ଆହ୍ୱାନର ମୁକାବିଲା ଲାଗି ଭାରତକୁ ନିଜ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଏବେ ଜରୁରି ହୋଇପଡିଛି। ଏଣୁ ଆଇଏଏଫ ଆଗାମୀ ୨ ଦଶନ୍ଧୀରେ ନିଜ ଦେଶରୁ ୩୫୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ କ୍ରୟ କରିବାକୁ ବିଚାର କରିଥିବା ଭଦୌରିଆ କହିଛନ୍ତି। ଏଥିରେ ଭଦୌରିଆ ତେଜସ ବିମାନର ଉଦାହରଣ ଦେଇଛି। ଏହି ବିମାନ ପ୍ରକଳ୍ପ ଆମ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିପାରିଥିବା ସେ କହିଛନ୍ତି। ଏହି ଯୁଦ୍ଧବିମାନ ପ୍ରକଳ୍ପ ଭାରତୀୟ ଏରୋସ୍ପେସ୍ ଉଦ୍ୟୋଗରେ ନୂଆ ବିଶ୍ୱାସ ସୃଷ୍ଟି କରିଛି। ଏରୋସ୍ପେସ୍ ଇନୋଭେସନ କ୍ଷେତ୍ରରେ ଏହି ପ୍ରକଳ୍ପ ଢେର ଆଗକୁ ଯାଇପାରିବ ବୋଲି ଭଦୌରିଆ ଆଶାବ୍ୟକ୍ତ କରିଛନ୍ତି।
More Stories
୨୦୨୪ ଲୋକସଭା ନିର୍ବାଚନର ବିସ୍ତୃତ ତଥ୍ୟ ଜାରି କଲା ନିର୍ବାଚନ ଆୟୋଗ…..
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ଦିନିଆ ରାଷ୍ଟ୍ରୀୟ ଶୋକ…..
ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍ ରନ୍…..