Report Card Odisha

| Daily Odia News

ଭରତପୁର ଥାନାରେ ଥାର୍ଡ ଡିଗ୍ରୀର ସତ କହିଲେ ମେଜରଙ୍କ ବାନ୍ଧବୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ମେଜରଙ୍କ ବାନ୍ଧବୀ ଅଙ୍କିତା ସତ କହିଛନ୍ତି । ଅଙ୍କିତାକୁ ଉଲଗ୍ନ କରିବାକୁ ପୋଲିସ ପଛାଇନଥିଲେ। ଛାତିରେ ଲାତ ମାରିଥିଲେ। ହାତ ଗୋଡ଼ ବାନ୍ଧି ହାଜତରେ ପକାଇ ଦେଇଥିଲେ। ତାଙ୍କୁ ଆଇଆଇସି ଉଲଗ୍ନ କରିବାକୁ ଚେଷ୍ଟା କରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଙ୍କିତା। ଆଇଆଇସି ନିଜେ ବି ତାଙ୍କର ପ୍ୟାଣ୍ଟ ଖୋଲି ଦେଇଥିଲେ ବୋଲି କହିଛନ୍ତି ଅଙ୍କିତା । ୧୪ ତାରିଖର ରାତିରେ ଏହି ଘଟଣା ଘଟିଥିଲା। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାରେ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି । ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

Breaking News