Report Card Odisha

| Daily Odia News

ଭାରିଆଣ୍ଟ ପାଇଁ ଏବେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଦେଶରୁ ଫେରିବା ପରେ ସଙ୍ଗରୋଧରେ ରହିବା ନିୟମ ଏବେ ବି ଅଛି | ଏନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉଦବେଗଜନକ ଭାବରେ ସଂକ୍ରମଣ ବଢ଼ିଲେ ପୂର୍ବ ନିୟମ ହୁଏତ ଫେରିପାରେ। ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ମ୍ୟୁଟେସନ ଭୁତାଣୁର ଏକ ସ୍ୱାଭାବିକ ପ୍ରକ୍ରିୟା। ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ଏବେ ନାହିଁ। ଏଣ୍ଡେମିକ ସମୟକୁ ଫେରିବାକୁ ହେଲେ ମୃତ୍ୟୁସଂଖ୍ୟା ସମ୍ପୂର୍ଣ୍ଣ କମିବା ଦରକାର। ଥାର୍ଡ ୱେଭ ଆସିଲେ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ। ରୋଗ ପରିଚାଳନାରେ ଆମେ ଅଭିଜ୍ଞତା ପାଇଗଲେଣି। ସବୁ ୠତୁରେ କରୋନା ସକ୍ରିୟ ରହୁଛି। ତେଣେ ଲୋକ ଟେଷ୍ଟ କରିବା ଧୀରେ ଧୀରେ କମାଇଦେଲେଣି। ରାଜ୍ୟରେ ଏବେ ବି ସାଢ଼େ ଚାରି ହଜାର ଲୋକ ସକ୍ରିୟ ଅଛନ୍ତି। ତେଣୁ ନିୟମିତ ଲକ୍ଷଣ ଆସିଲେ କିମ୍ବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ, ଲୋକଙ୍କ ଯୋଗାଯୋଗରେ ଅଧିକ ଆସିଲେ ଟେଷ୍ଟ କରାଇନେବା ଜରୁରୀ। ଥାର୍ଡ ୱେଭ କଥା ଜାଣିବା ପାଇଁ ହେଲେ ଆମେ ଟାର୍ଗେଟ ଟେଷ୍ଟିଂ ବଜାୟ ରଖିବୁ।

Breaking News