Report Card Odisha

| Daily Odia News

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର

କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। କଟକ ସାଂସଦ କ୍ଷେତ୍ରରୁ ସେ ଲୋକସଭାକୁ ଲଗାତାର ଭାବେ ୭ ଥର ନିର୍ବାଚିତ ହୋଇଛନ୍ତି । ବିଜେଡି ଟିକଟରେ ୬ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୨୪ରେ ବିଜେପି ଟିକଟରେ କଲକ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଲୋକସଭାକୁ ନିର୍ବାଚିତ ହୋଇଆସିଥିବା ଜନପ୍ରତିନିଧିମାନଙ୍କୁ ସାଂସଦ ଭାବେ ପଦ ଓ ଗୋପବନୀୟତାର ଶପଥ ପାଠ କରାଇବେ।

Breaking News